Breaking Newsଜାତୀୟ

ସିଜେପିର ବଡ଼ ଆନ୍ଦୋଳନ

ସିଜେପିର ବଡ଼ ଆନ୍ଦୋଳନ । ଜନ୍ତରମନ୍ତରରେ କରୁଛି ହଂଗାମା | ଆଉ ଆଜି ଦିଲ୍ଲୀର କନ୍ନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ଆନ୍ଦୋଳନ ପାଇଁ ଘୋଷଣା କରିଛି । ତେବେ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଉପଯୁକ୍ତ ସ୍ଥାନରେ କେବଳ ୧୧ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ଦିଲ୍ଲୀ ପୁଲିସ କହିଛି । ଦିଲ୍ଲୀ ହାଇକୋର୍ଟ ଆନ୍ଦୋଳନ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିବା ସହ ପୁଲିସକୁ ଆଇନଶୃଙ୍ଖଳା ରକ୍ଷା କରିବାକୁ କହିବା ପରେ ପୁଲିସ ଏହି ନିଷ୍ପତ୍ତ ନେଇଛି। ଅପରପକ୍ଷେ କନ୍ନଟ୍ ପ୍ଲେସ୍ ଓ ଏହାର ଆଖପାଖ ଅଞ୍ଚଳରେ ବିଏନ୍‌ଏସ୍ଏସ୍‌ର ଧାରା ୧୬୩ ଜାରି କରାଯାଇଛି ।

ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଗୁରୁବାର ଅପରାହ୍ନ ୫ଟାରେ ସେଣ୍ଟ୍ରାଲ ପାର୍କରେ ତ୍ରିରଙ୍ଗା ଧରି ଏକାଠି ହେବାକୁ ନାଗରିକମାନଙ୍କୁ ଆହ୍ବାନ ଦେଇଛନ୍ତି ।ସେପଟେ ନୂଆଦିଲ୍ଲୀ ପୌର ପରିଷଦ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଆଜି ଓ ଆସନ୍ତାକାଲି ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ପାର୍କ ବନ୍ଦ ରଖିବାକୁ ନୋଟିସ୍ ଜାରି କରିଛି ।

Related Articles

Back to top button