
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରେ, ବୋମାମାଡ଼ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ବୋମାମାଡ଼ ଅଭିଯୋଗ ପରେ, ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୫ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ପରିସ୍ଥିତି ଉପରେ ନଜର ରଖାଯାଇଛି।ତେବେ ବୋମାମାଡ଼ ପଛରେ କାହାର ହାତ ରହିଛି, ଏହା କେଉଁ କାରଣରୁ ଘଟିଛି ଏବଂ ଏହାର ଛାତ୍ର ସଂସଦ ନିର୍ବାଚନ ସହ, କୌଣସି ସମ୍ପର୍କ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ, ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୋଲିସ ପାଇଁ ,ଏକ ବଡ଼ ଆହ୍ୱାନ ହୋଇଛି। ନିର୍ବାଚନ ପୂର୍ବରୁ କ୍ୟାମ୍ପସ୍ରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।




