
ପାର୍ବଣ ପୂର୍ବରୁ ପୁଣି ଅଶାନ୍ତ ରାଜଧାନୀ । ଖଣ୍ଡା ବୁଲାଇ ଗୋଡେଇ ଗୋଡେଇ ହାଣିଲେ ଯୁବକ । ଗତକାଲି ଅପରାହ୍ନରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ ଜଣେ ଯୁବକ ଆତଙ୍କ ଖେଳାଇଥିଲେ | ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ ଯୁବକ ଜଣକ ଫାଳିକିଆ ବସ୍ତିର | ମାର୍କେଟ ବିଲ୍ଡିଙ୍ଗରେ ଗୋଟିଏ ବେଡସିଟ ଦୋକାନରେ ଉକ୍ତ ଯୁବକ ଗୋଟିଏ ଖଣ୍ଡା ଧରି କିଛି ସମୟ ପାଇଁ କଥାବାର୍ତ୍ତା କରିଥିଲା । କିନ୍ତୁ କିଛି ସମୟ ପରେ ହାତରେ ଧରିଥିବା ଖଣ୍ଡାରେ ଚୋଟୋ ପକେଇବାବେଳେ ପାଖରେ ଥିବା କିଛି ବ୍ୟବସାୟୀ ଦୌଡ଼ିକି ଆସି ପହଞ୍ଚିବାରୁ ଯୁବକ ଜଣକ ସେଠାରୁ ଚଂପଟ ମାରିଛି। ବଡ଼ କଥା ହେଉଛି ଦିନବେଳା କ୍ୟାପିଟାଲ ଥାନାଠାରୁ ମାତ୍ର ୧୦୦ ମିଟର୍ ଦୂରରେ ଜଣେ ଦୃବୁର୍ତ୍ତ ଏଭଳି କାଣ୍ଡ ଭିଆଉଛି | ଏଥିରୁ ସ୍ପଷ୍ଟ ହେଉଛି ନା ପୋଲିସକୁ ଭୟ ନା ଆଇନକୁ ଡର ଅଛି ଦୃବୁତ ମାନଙ୍କର । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୃବୁର୍ତ୍ତ ।




