
ହାତରେ ଆଉ ମାତ୍ର ୩ଟି ଦିନ । ଜୋରଦାର ପ୍ରଚାରରେ କମ୍ପୁଛି କ୍ୟାମ୍ପସ | କେବଳ ପ୍ରଚାର ନୁହେଁ ରଣଭୂମୀ । ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ଜୋରଦାର ପ୍ରଚାର। ଏବିଭିପି ଓ ବିସିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର । ୧୩ ବିଶ୍ବବିଦ୍ୟାଳୟ, ୩୪୭ ମହାବିଦ୍ୟାଳୟରେ ହେବ ନିର୍ବାଚନ। ଗତକାଲି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୬୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
୧୩ଟି ବିଶ୍ବବିଦ୍ୟାଳୟରେ ୪୨୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଭିନ୍ନ କାରଣରୁ ୪୯ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ୩୮୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ୩୪ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ବିଶ୍ବବିଦ୍ୟାଳୟରେ ୨୮୭ ଜଣଙ୍କ ପ୍ରାର୍ଥୀପତ୍ର କାଏମ।୩୪୭ଟି ମହାବିଦ୍ୟାଳୟରେ ୮୩୭୦ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୧୧୯୬ଜଣଙ୍କର ବିଭିନ୍ନ କାରଣରୁ ପ୍ରାର୍ଥିପତ୍ର ନାକଚ ହୋଇଛି। ୭୧୭୪ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଥିଲା। ୪୦୫ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ୬୩୬୨ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଆଜି ରବିବାର ହୋଇଥିବାରୁ ସୋସିଆଲ ମିଡିଆରେ ଚାଲିଛି କ୍ୟାମ୍ପେନିଂ।




