Breaking Newsଜାତୀୟ

୧୦୦୦ରୁ ଅଧିକ ଅଟକ; ଧ୍ରୁବ ରାଠି ମଧ୍ୟ ଅଟକ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ cjp ଜୋରଦାର ଆନ୍ଦୋଳନ କରିବାକୁ ପ୍ଲାନ କରିଥିଲା | ଏହା ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ରାତିସାରା ୧୦୦୦ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି। ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି। ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯିବା ସହ ସହରର ପ୍ରବେଶ ପଥ ଓ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଶନିବାର ରାତି ୧୨ଟା ୩୦ ସୁଦ୍ଧା ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୫୦ ଜଣ ଦକ୍ଷିଣ-ପୂର୍ବ ଦିଲ୍ଲୀ ଜିଲ୍ଲାର ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଶାହିନବାଗ୍ ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା। ୨୦୨୦ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଶାହିନବାଗ୍ ଏକ ପ୍ରମୁଖ କେନ୍ଦ୍ର ଥିଲା।

ସେହିପରି ଦିଲ୍ଲୀର ଶାହଦରା ଓ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ଦୁଇଟି ଅଞ୍ଚଳ ଉତ୍ତର ପ୍ରଦେଶ ସୀମାକୁ ଲାଗି ରହିଛି।

Related Articles

Back to top button