Uncategorized

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତ ‘ଏ’ ଦଳ ଘୋଷଣା: ଧ୍ରୁବ ଜୁରେଲ ହେଲେ ଅଧିନାୟକ

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଭାରତ ‘ଏ’ ଦଳର ଘୋଷଣା କରାଯାଇଛି। ଏହି ଗସ୍ତରେ ଟିମ୍ ଇଣ୍ଡିଆ ମୋଟ ୧୫ଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ସାମିଲ ଅଛି। ଏହା ବ୍ୟତୀତ ଭାରତ ‘ଏ’ ଦଳ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ୩ଟି ଅଣଆନୁଷ୍ଠାନିକ ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଚାରିଦିନିଆ ମ୍ୟାଚ୍ ଶୃଙ୍ଖଳା ପାଇଁ ବିସିସିଆଇ ୧୫ ଜଣିଆ ଦଳ ଚୟନ କରିଥିବା ବେଳେ ଯୁବ ୱିକେଟକିପର ବ୍ୟାଟର ଧ୍ରୁବ ଜୁରେଲଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଭାରତ ‘ଏ’ ଦଳରେ ଜାତୀୟ ଟେଷ୍ଟ ଦଳର ପ୍ରମୁଖ ୧୧ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ କେ.ଏଲ୍. ରାହୁଲ, ରିଷଭ ପନ୍ତ, ଯଶସ୍ୱୀ ଜୟସ୍ୱାଲ, ଦେବଦତ୍ତ ପାଡିକ୍କଲ, ସାଇ ସୁଦର୍ଶନ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସାଇ ସୁଦର୍ଶନ ଦଳକୁ ଫେରିଛନ୍ତି। ତେବେ ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରୁଥିବା ସରଫରାଜ ଖାନଙ୍କୁ ଏହି ଦଳରେ ସ୍ଥାନ ମିଳିନହିଁ। ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ଅଭିଜ୍ଞତା ଥିବା ଖେଳାଳିଙ୍କ ସମେତ ଜମ୍ମୁ-କାଶ୍ମୀରର ଦ୍ରୁତ ବୋଲର ଆକିବ ନବୀଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ୧୫ ଜଣିଆ ଭାରତ ‘ଏ’ ଦଳ:

ଧ୍ରୁଭ ଜୁରେଲ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, କେ.ଏଲ୍. ରାହୁଲ, ଦେବଦତ୍ତ ପାଡିକ୍କଲ, ସାଇ ସୁଦର୍ଶନ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ୱାଶିଂଟନ ସୁନ୍ଦର, ଆକିବ ନବୀ, ଆକାଶ ଦୀପ, ଅନସୁଲ କମ୍ବୋଜ, ମାନବ ସୂତାର, ମୁକେଶ ଚୌଧୁରୀ, ୟଶ ରାଠୋଡ ଏବଂ ମୁକେଶ କୁମାର।

Related Articles

Back to top button