ଅନ୍ୟାନ୍ୟରାଜନୀତି

ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ଜାତୀୟ ରାଜଧାନୀରେ ସୁରକ୍ଷା ଚିନ୍ତାର ସମାଧାନ ପାଇଁ, ପ୍ରଭାବଶାଳୀ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି। ‘ମହିଳାଙ୍କ ମନରେ ନୁହେଁ, ଅପରାଧୀଙ୍କ ମନରେ ଭୟ ରହିବା ଦରକାର’ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି।ଦିଲ୍ଲୀ-ଏନ୍‌ସିଆରରେ ସାମ୍ପ୍ରତିକ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଘଟଣା ସମ୍ପର୍କରେ, ଏକ ମାମଲାର ଶୁଣାଣି କରି, ବିଚାରପତି ଜେବି ପାରଦିୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ଏନସିଟି ଦିଲ୍ଲୀର ପ୍ରତ୍ୟେକ ମହିଳା ରାତି ୧୦ଟାରେ ମେଟ୍ରୋ କିମ୍ବା ରାସ୍ତାରେ ଯାତ୍ରା କରିବା ସମୟରେ, ଯେପରି ନିଜକୁ ସୁରକ୍ଷିତ, ଅନୁଭବ କରିବେ।ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୮ ତାରିଖରେ କାଲକାଜି ନିକଟସ୍ଥ ଆସ୍ଥା କୁଞ୍ଜ ପାର୍କରେ ୧୭ ବର୍ଷୀୟା ଝିଅଙ୍କ ସହ ଗଣଦୁଷ୍କର୍ମ, ସ୍ୱରୂପ ନଗରରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଏବଂ ଗ୍ରେଟର ନୋଏଡାରୁ ଦିଲ୍ଲୀ ଯାଉଥିବା ଏକ ବସ୍ ଭିତରେ ୧୬ ବର୍ଷୀୟା ଝିଅଙ୍କ ସହ ଯୌନ ନିର୍ଯାତନା ଭଳି ଘଟଣାଗୁଡ଼ିକୁ ନେଇ, ଚିନ୍ତାବ୍ୟକ୍ତ କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ, ପାର୍କ, ରାସ୍ତା ଏବଂ ବସ୍ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକୁ ଅଧିକ ବିପଦ ଆଶଙ୍କା ଅଞ୍ଚଳ, ହେବାକୁ ଦିଆଯାଇପାରିବ ନାହିଁ।ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ,ଭର୍ତ୍ସନା କରିବା ସହ ତାଗିଦା କରିଛନ୍ତି। ‌ସୁପ୍ରିମକୋର୍ଟ କହିଛନ୍ତି ଦିଲ୍ଲୀର ପ୍ରତ୍ୟେକ ମହିଳା ସାର୍ବଜନୀନ ସ୍ଥାନ ଏବଂ ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ସମୟରେ, ନିଜକୁ ସୁରକ୍ଷିତ ଅନୁଭବ କରିବା ଆବଶ୍ୟକ।

Related Articles

Back to top button