ଅନ୍ତର୍ଜାତୀୟଅନ୍ୟାନ୍ୟ

ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ -WMO।

ଭୁବନେଶ୍ୱର ,୨୦୩୦ ମସିହା ସୁଦ୍ଧା ବିଶ୍ବରେ ପ୍ରଳୟଙ୍କାରୀ ଗ୍ରୀଷ୍ମ ପ୍ରବାହ ନେଇ, ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ -WMO। ଜାତିସଂଘର ଏହି ସଂଗଠନର ରିପୋର୍ଟ ଅନୁସାରେ ୨୦୨୬ରୁ ୨୦୩୦ ମସିହା ମଧ୍ୟରେ ପ୍ରତି ବର୍ଷ  ହାରାହାରି ବିଶ୍ବ ତାପମାତ୍ରା, ୧୮୫୦ରୁ ୧୯୦୦ ତୁଳନାରେ ୧.୩ ଡିଗ୍ରୀରୁ ୧.୯ ଡିଗ୍ରୀରୁ ଅଧିକ ରହିବ ।   ସାରା ବିଶ୍ବରେ ପ୍ରବଳ ଗରମ ଅନୁଭୂତ ହୋଇ ସବୁ ବର୍ଷର ରେକର୍ଡକୁ ଭାଙ୍ଗିଦେବ । ଗ୍ରୀନହାଉସ୍ ଗ୍ୟାସର ଅନିୟନ୍ତ୍ରିତ ନିର୍ଗମନ, ଶିଳ୍ପାୟନ, ଜଙ୍ଗଲ କ୍ଷୟ, ଜୀବାଷ୍ମ ଇନ୍ଧନର ବହୁଳ ବ୍ୟବହାର ଯୋଗୁ, ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ଏବଂ ମିଥେନ ଭଳି କ୍ଷତିକାରଣ ଗ୍ୟାସ ଦ୍ରୁତ ଗତିରେ ବଢିବ। ଅନ୍ୟ ଏକ କାରଣ ହେଲା ଏଲ୍ ନିନୋର ପୁନରାବୃତ୍ତି। ତାପମାତ୍ରା ବୃଦ୍ଧି, ମାନବ ସମାଜ ଓ ଅର୍ଥନୀତି ଉପରେ ସାଂଘାତିକ ପ୍ରଭାବ ପଢିବ ବୋଲି ଚେତାବନୀ ଦେଇଛି ଜାତିସଂଘ। ବିଶ୍ବବାସୀଙ୍କୁ ସର୍ବକାଳୀନ ରେକର୍ଡ ଭାଙ୍ଗିବା ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ, ପଡିପାରେ।  ୨୦୨୪ ମସିହା ସବୁଠାରୁ, ଗରମର ବର୍ଷ ଥିଲା । କିନ୍ତୁ ଆସନ୍ତା ୫ ବର୍ଷରେ ଏହି ରେକର୍ଡ ଭାଙ୍ଗିବାର ୮୬ ପ୍ରତିଶତ ସମ୍ଭାବନା ରହିଛି ବୋଲି, WMO ପକ୍ଷରୁ କୁହାଯାଇଛି ।

Related Articles

Back to top button