Uncategorized

ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଫାମ୍ପୁଣି ପଞ୍ଚାୟତ ବାର୍ଲାହାଣ୍ଡି ଗାଁର ୪୦ ବର୍ଷୀୟ ପ୍ରେମରାଜ ବିଶୋଇ। ସେ ସେଠାରେ ଏକ ଭଡ଼ାଘରେ ଅନ୍ୟ ଶ୍ରମିକଙ୍କ ସହ ରହି ସିଭିଲ୍ କାମ କରୁଥିଲେ। ଗତକାଲି ରାତିରେ ଖାଇସାରିବା ପରେ ହଠାତ୍ ତାଙ୍କର ଝାଡ଼ାବାନ୍ତି ହୋଇଥିଲା। ତେବେ କୌଣସି ଚିକିତ୍ସା କରାନଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ ଗାଁକୁ ପଠାଇ ଦିଆଯାଇଥିବାରୁ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି, ଯାହାକୁ ନେଇ ଗାଁରେ ଆମ୍ବୁଲାନ୍ସକୁ ଅଟକ ରଖାଯାଇଛି। ପ୍ରେମରାଜଙ୍କ ବଡ଼ ଭାଇ ଭିନ୍ନକ୍ଷମ ହୋଇଥିବାରୁ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇ ସମ୍ପୂର୍ଣ୍ଣ ପରିବାର ଏବେ ଭାଙ୍ଗିପଡ଼ିଛି।

Related Articles

Back to top button