Breaking Newsପାଣିପାଗ

ମାଡି ଆସୁଛି ବାତ୍ୟା । ଦଶହରା ହେବ ପାଣିଚିଆ

ଦଶହରା ହେବ ପାଣିଚିଆ । ଭିଜିବ ଓଡିଶା, ଧୋଇଯିବ ଦଶହରା । କାରଣ ମାଡି ଆସୁଛି ବାତ୍ୟା | ୧୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ୩ରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ।

ତେବେ ତାହା ଅଧିକ ଘନୀଭୂତ ହେବ କି ନାହିଁ ସେନେଇ ସ୍ପଷ୍ଟ ଆକଳନ କରାଯାଇନି। ତଥାପି ସେହି ସମୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରିସାରିଥିବ। ଏହାସହିତ ମୌସୁମୀ ପରବର୍ତ୍ତୀ ସାଇକ୍ଲୋନ୍ ସିଜିନ୍ ଆରମ୍ଭ ହୋଇଯାଇଥିବା। ସେ ଦୃଷ୍ଟିରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ଦୁର୍ବଳ ଅବପାତ ଗଠନ ହୋଇପାରେ। ୧୫ ତାରିଖ ପରେ ଏହାର ଗତିପଥ ଓ ଶକ୍ତି କଣ ରହିବ, ସେନେଇ ଏଯାଏଁ ଅନିଶ୍ଚିତତା ଲାଗିରହିଛି। ଆସନ୍ତା ସପ୍ତାହରେ ଏନେଇ ଏକ ସ୍ପଷ୍ଟ ଚିତ୍ର ଆସିପାରେ। ତେବେ ଅକ୍ଟୋବରରେ ବାତ୍ୟା ଆଶଙ୍କା ଭୟ ବଢାଇଛି।

 

Related Articles

Back to top button