Featuredଓଡ଼ିଶାପାଣିପାଗବିଜ୍ଞାନ ଓ ପ୍ରଯୁକ୍ତିମୌସୁମୀ

ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ ;  ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ । ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ । ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର ଏକ ଅତ୍ୟାଧୁନିକ ସି-ବ୍ୟାଣ୍ଡ ଡପଲର ରାଡାର । ଏହି ରାଡାର ସାହାଯ୍ୟରେ ବଜ୍ରପାତ, କାଳବୈଶାଖୀ, ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ଭଳି ପ୍ରାକୃତିକ ବିପର୍ୟ୍ୟୟର ଖୁବ୍ ସଠିକ୍ ଏବଂ ଆଗୁଆ ସୂଚନା ମିଳିପାରିବ ।

ସେହିପରି ଏହା ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ହେବାକୁ ଥିବା ବର୍ଷାର ସଠିକ୍ ଆକଳନ କରିବାରେ ସାହାଯ୍ୟ କରିବ । ଫଳରେ ହୀରାକୁଦର ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ସହଜ ହେବ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ଆଇଏମଡି ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଡପଲର୍ ରାଡାରକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Related Articles

Back to top button