ଓଡ଼ିଶା

ଆଗୁଆ ଆସିପାରେ ଖରାଦିନ! ଏବେଠୁ ପ୍ରସ୍ତୁତ ରାଜ୍ୟ ସରକାର

ଏଥର ଆଗୁଆ ଆସିପାରେ ଖରାଦିନ। ଆଉ ସମ୍ଭାବ୍ୟ ଗ୍ରୀଷ୍ମ ଋତୁକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର।ରାଜସ୍ୱ ଓ ବିପର୍ଯ୍ୟୟ  ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଚଳିତବର୍ଷ ଖରା ମାସ ଆଗୁଆ ଆରମ୍ଭ ହେବାର ସମ୍ଭାବନା ରହିଛି। ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍‌ଆର୍‌ସି ପକ୍ଷରୁ ଅଧ୍ୟୟନ ଜାରି ରହିଛି। ତେବେ ଏହା କେବଳ ପ୍ରାଥମିକ ଆକଳନ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଆହୁରି ଅଧ୍ୟୟନ ପରେ ହିଁ ଗ୍ରୀଷ୍ମର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

ତେଣୁ ଏବେଠୁ ଲୋକେ ବ୍ୟସ୍ତ କିମ୍ବା ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମ୍ଭାବ୍ୟ ଗ୍ରୀଷ୍ମ ଋତୁର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।ଅର୍ଥାତ୍‌, ତାତି ବଢ଼ିବା ପୂର୍ବରୁ ତାତିର ମୁକାବିଲା ପାଇଁ ପ୍ରସ୍ତୁତିରେ ରାଜ୍ୟ ସରକାର।

Related Articles

Back to top button