
ଭୁବନେଶ୍ୱର ,କଟକ ଜଗତପୁରରେ କ୍ଷୀର ଫ୍ୟାକ୍ଟ୍ରିରେ, ଭୟଙ୍କର ଅଗ୍ନିକାଣ୍ଡ। ସକାଳୁ ସକାଳୁ ଫ୍ୟାକ୍ଟ୍ରି ଭିତରୁ ଧୂଆଁ ବାହାରୁଥିବା ଦେଖି କର୍ମଚାରୀମାନେ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଫ୍ୟାକ୍ଟ୍ରି ଭିତରେ ଥିବା ଦହନୀୟ ସାମଗ୍ରୀ ଯୋଗୁଁ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍, ହେବାକୁ ପଡ଼ିଥିଲା। ତଳ ମହଲାର ଗୋଟିଏ ବଖରାରୁ ନିଆଁ ଲାଗିଥିବା ଜଣାପଡ଼ିଛି। ସେଠାରେ ଥିବା ଡିପ୍ ଫ୍ରିଜର୍ ଓ ଅନ୍ୟ ଦହନୀୟ ସାମଗ୍ରୀ, ନିଆଁରେ ଜଳିଯାଇଥିଲା। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ତଦନ୍ତ ପରେ, ଜଣାପଡ଼ିବ। ଅଗ୍ନିଶମ ବାହିନୀର ପ୍ରାୟ ୨ ଘଣ୍ଟାର ପ୍ରୟାସ ପରେ, ଶେଷରେ ନିଆଁ ଓ ଧୂଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ନିଆଁ ଲିଭିବା ପରେ ଫ୍ୟାକ୍ଟ୍ରି ଭିତରୁ ପୋଡ଼ିଯାଇଥିବା ସାମଗ୍ରୀ ସହ, ଭଲ ରହିଥିବା ଜିନିଷପତ୍ରକୁ ମଧ୍ୟ ବାହାରକୁ ଅଣାଯାଇଛି।




