ଅନ୍ୟାନ୍ୟସ୍ୱାସ୍ଥ୍ୟ

ପାଟିକୁ ସ୍ୱାଦିଷ୍ଟ, ହେଲେ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଭୁବନେଶ୍ୱର ,ଜଙ୍କ୍ ଫୁଡର ଆକର୍ଷଣୀୟ ପ୍ୟାକେଜିଂ ଓ ସ୍ୱାଦର ଜାଲରେ ଛନ୍ଦି ହେଉଛନ୍ତି, କୋମଳମତି ଶିଶୁ। ଅନ୍ୟପଟେ ବ୍ୟସ୍ତ ଜୀବନ ଭିତରେ, ଅଭିଭାବକ ବି ଏହାକୁ, ସହଜ ବିକଳ୍ପ ଭାବି ପିଲାଙ୍କ ହାତକୁ, ଟେକି ଦେଉଛନ୍ତି। ଫଳରେ ନାବାଳକ ବୟସରୁ ମୋଟାପଣ, ମଧୁମେହ ଓ ଅନେକ ଜଟିଳ ରୋଗର ଶିକାର ହେଉଛନ୍ତି ଆମ ଆଗାମୀ ପିଢ଼ି। ଏଣିକି ଖାଦ୍ୟ ପ୍ୟାକେଟର, ସାମନା ପଟେ ସ୍ପଷ୍ଟ ଭାବେ ଦେଖାଯିବ ଲାଲ୍ ରଙ୍ଗର ଷଡ଼ଭୁଜ ଆକୃତିର, ସତର୍କତା ଚିହ୍ନ। ପ୍ୟାକେଟ୍ ପଛରେ ଲେଖାଯାଇଥିବା ଜଟିଳ ପୋଷଣ ତଥ୍ୟକୁ ପଢ଼ିବା ପୂର୍ବରୁ, ଗୋଟିଏ ନଜରରେ ଗ୍ରାହକ ଜାଣିପାରିବେ, ଭିତରେ କଣ ଅଛି। ଖାଦ୍ୟ ଶରୀର ପାଇଁ ,କେତେ ହାନିକାରକ।ତେବେ ଏଥିରୁ ଘିଅ, ତେଲ, ଲୁଣ, ଚିନି, ଗୁଡ଼ ଓ ମହୁ ଭଳି ପ୍ରାକୃତିକ ସିଙ୍ଗଲ୍-ଇନ୍ ଗ୍ରେଡିଏଣ୍ଟ ଖାଦ୍ୟକୁ ଏହି ନିୟମରୁ, ବାଦ୍ ଦିଆଯାଇଛି।ଗ୍ରାହକଙ୍କୁ ଖାଦ୍ୟ ପ୍ୟାକେଟ ସାମ୍ନାରେ ସ୍ପଷ୍ଟ ଚେତାବନୀ ଦେବା ପାଇଁ 3S and Our Health Society ପକ୍ଷରୁ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ଅଗଷ୍ଟ ୧୩ର କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ କହିଥିଲେ କୋର୍ଟ। ଏହାପରେ FSSAI ପକ୍ଷରୁ କୋର୍ଟରେ, କମ୍ପ୍ଲାଏନ୍ସ ଆଫିଡାଭିଟ୍ ଦାଖଲ କରାଯାଇଛି। ଗ୍ରାହକଙ୍କୁ, ବଞ୍ଚାଇବା ପାଇଁ FSSAI ଆଣିଛି, କ୍ରାନ୍ତିକାରୀ ପ୍ରସ୍ତାବ। ଏଣିକି ଖାଦ୍ୟ ପ୍ୟାକେଟର ସାମନା ପଟେ ସ୍ପଷ୍ଟ ଭାବେ, ଦେଖାଯିବ ଲାଲ୍ ରଙ୍ଗର ଷଡ଼ଭୁଜ, ଆକୃତିର ସତର୍କତା ଚିହ୍ନ।

Related Articles

Back to top button