
ଭୁବନେଶ୍ୱର ,ବାଲେଶ୍ବର ରେମୁଣା ନିଜାମପୁର ଅଞ୍ଚଳରେ, ଅନେକ ପରିବା କ୍ଷେତ ନଷ୍ଟ ହୋଇଛି। ଏକର ଏକର ଅଞ୍ଚଳରେ ଚାଷୀ ପରିବା ଚାଷ କରିଥିବା ବେଳେ ସବୁ କିଛି ବନ୍ୟା ପାଣିରେ ଧୋଇ ଯାଇଛି। ପୋଟଳ, ବୋଇତାଳ, ଲଙ୍କା, ଭେଣ୍ଡି, ସବୁ ଚାଷ ନଷ୍ଟ ହେବା ପର, ଏବେ ଚିନ୍ତାରେ ଚାଷୀ।ବିଞ୍ଝାରପୁର ବ୍ଲକ ହଳଦୀଢ଼ିଅ ପଞ୍ଚାୟତରେ ନୂଆ ମାହାରା ଘାଇ ଦେଇ ପଶିଛି ବନ୍ୟାଜଳ। ଘରଦ୍ୱାର, ରାସ୍ତାଘାଟ ସବୁଠି ପାଣି। ଘରୁ ବାହାରକୁ ବାହାରିବାକୁ ହେଲେ, ବାଉଁଶ ସାହାରା ସାଜିଛି। ଘରେ ପାଣି ପଶିଯିବା ପରେ ନିଜ ଘର ଛାଡ଼ି ଟ୍ରାକ୍ଟର ଡାଲା ଉପରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ।ଅନ୍ୟପଟେ ବନ୍ୟା ପାଣି ଛାଡ଼ି ଯାଇଛି ହେଲେ ଉଜାଡ଼ି ଦେଇଛି ପରିବା ଚାଷ।ଉଜୁଡ଼ି ଯାଇଛି ପୋଟଳ ଚାଷ। ଯାଜପୁର ବୈତରଣୀ ନଦୀରେ, ଜଳସ୍ତର ବୃଦ୍ଧି ପାଉଛି। ସେପଟେ ବାରମ୍ବାର ବନ୍ୟା ଯୋଗୁଁ କାଣୀ ନଦୀର ଘାଇ ମରାମତି, ହୋଇପାରିନାହିଁ।ଲଘୁଚାପ ବର୍ଷା ପୁଣି ବନ୍ୟା ବିପନ୍ନଙ୍କ ଚିନ୍ତା ବଢାଇଛି।




