
ଭୁବନେଶ୍ୱର,ପ୍ରବଳ ବର୍ଷା ପରେ ଏବେ ପରିବା ଦର ବୃଦ୍ଧି, ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରମୁଖ ପରିବା ମଣ୍ଡିରେ ଗତ ଏକ ସପ୍ତାହ ମଧ୍ୟରେ ଅନେକ ପରିବା ଦର, ଦ୍ରୁତ ଗତିରେ ବୃଦ୍ଧି ପାଇଛି।ଅଧିକାଂଶ ପରିବା ଦର ହୁ ହୁ ହୋଇ, ବଢ଼ିବାରେ ଲାଗିଛି ।ପରିବା ଗୋଦାମ ବ୍ୟବସାୟୀଙ୍କ କହିବା ଅନୁସାରେ, ବର୍ତ୍ତମାନ ପରିବା, ଶସ୍ତା ହେବାର କୌଣସି ସମ୍ଭାବନା ନାହିଁ। ସବୁ ପରିବା ଦର ବଢ଼ିନାହିଁ, କିଛି ପରିବା ଦରରେ ହ୍ରାସ ମଧ୍ୟ ରେକର୍ଡ କରାଯାଇଛି। ସପ୍ତାହକ ତଳେ ପ୍ରାୟ ୧୦୦ଟଙ୍କା ଥିବା ବିନ୍ସ ଏବେ, ୬୦ ଟଙ୍କା ପ୍ରତି କିଲୋକୁ ଖସିଛି। ସେହିପରି ଟମାଟୋ ଦର ପୂର୍ବ ଅପେକ୍ଷା କମି ଏବେ ପ୍ରାୟ ୪୦ ଟଙ୍କା ପ୍ରତି କିଲୋରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗୋଟିଏ ସପ୍ତାହ ପୂର୍ବରୁ, ପିଆଜ ୩୫-୪୦ ପ୍ରତି କିଲୋରେ ବିକ୍ରି ହେଉଥିବା ବେଳେ ଏବେ ଏହା ପ୍ରାୟ ୪୫ ରେ ପହଞ୍ଚିଛି। ବର୍ଷା କାରଣରୁ ଫସଲ କ୍ଷୟକ୍ଷତି ଏବଂ ଯୋଗାଣ ହ୍ରାସ ପାଇବା, ଏହାର ମୁଖ୍ୟ କାରଣ।




