ଶିକ୍ଷାସ୍ୱାସ୍ଥ୍ୟ

ଉଦ୍ଧାର ହେଲେ ୨୪୭ ଛାତ୍ରଛାତ୍ରୀ

ଭୁବନେଶ୍ୱର ,ବ୍ରାହ୍ମଣୀ ନଦୀର ବନ୍ୟାଜଳ ବୃଦ୍ଧି ଯୋଗୁଁ କୂଳସାହି ଆଶ୍ରମ ସ୍କୁଲଟି, ଜଳବନ୍ଦୀ ହୋଇପଡ଼ିଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ଉଦ୍ଧାର ଅଭିଯାନକୁ, ଜୋରଦାର କରିଥିଲା। ଦୀର୍ଘ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପରେ, ପ୍ରଶାସନ ପକ୍ଷରୁ ନିକଟସ୍ଥ ପାଟଣାଦେଈ ଆଶ୍ରମ ସ୍କୁଲକୁ ସ୍ଥାନାନ୍ତର, କରାଯାଇଛି।ବ୍ରାହ୍ମଣୀ ନଦୀର ବନ୍ୟାଜଳ ଘେରରେ ଫସିଥିବା ଛାତ୍ରଛାତ୍ରୀଙ୍କୁ, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ଧାରକାରୀ ଦଳ, ଅଭିଯାନ ଚଳାଇ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍‌ର ୪ଟି ଟିମ୍‌ ସହ ,ଅଗ୍ନିଶମ ବାହିନୀର ୩ଟି ଟିମ୍‌ ନିୟୋଜିତ ହୋଇଥିଲେ।ଉଦ୍ଧାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା ସହ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ, ବ୍ୟବସ୍ଥା କରାଯାଇଛି। ଚାରି ଦିନ ଧରି ବନ୍ୟାଜଳ ଘେରରେ ରହିଥିବା ୨୪୭ ଛାତ୍ରଛାତ୍ରୀ, ସୁରକ୍ଷିତ ଉଦ୍ଧାର ହେବା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Related Articles

Back to top button