ଅଗଷ୍ଟ ୨୮ରୁ ଆରମ୍ଭ ମହିଳା ଟି-୨୦ ଏସିଆ କପ୍

ଭୁବନେଶ୍ୱର,ଅଗଷ୍ଟ ୨୮ରୁ ଆରମ୍ଭ ହେବ ମହିଳା ଟି-୨୦ ଏସିଆ କପ୍ର ୧୦ମ ସଂସ୍କରଣ। ୟୁଏଇରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ, ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ମଧ୍ୟ, PCB ପାକିସ୍ତାନ ମହିଳା ଟିମ୍ ଘୋଷଣା କରିଛି।ଏସିଆନ୍ ଗେମ୍ସ ପାଇଁ ପାକିସ୍ତାନ ଟିମ୍ରେ,ଅଭିଜ୍ଞ ବ୍ୟାଟର ଆଲିଆ ରିୟାଜଙ୍କୁ, ସାମିଲ କରାଯାଇଛି।ଏସିଆ କପ୍ ପରେ ସେପ୍ଟେମ୍ବରରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବ। ଜାପାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସିଧାସଳଖ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଛି।ପାକିସ୍ତାନର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଥାଇଲାଣ୍ଡ ବିପକ୍ଷରେ ହେବ। ଏହା ପରେ ସେପ୍ଟେମ୍ବର ୨୦ରେ, ସେମିଫାଇନାଲ ଏବଂ ସେପ୍ଟେମ୍ବର ୨୨ରେ ଫାଇନାଲ ଖେଳାଯିବ।ମହିଳା ଏସିଆ କପ୍ ୨୦୨୬ରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଦଳଗୁଡ଼ିକୁ ୪ଟି ଲେଖାଏଁ ଦୁଇଟି ଗ୍ରୁପ୍ରେ ରଖାଯାଇଛି। ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ, ଥାଇଲାଣ୍ଡ ଏବଂ ହଂକଂ-ଚାଇନା ରହିଛନ୍ତି।ଭାରତ ଅଗଷ୍ଟ ୩୦ରେ ଥାଇଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହାପରେ ସେପ୍ଟେମ୍ବର ୩ରେ ହଂକଂ-ଚାଇନା ବିପକ୍ଷରେ ମ୍ୟାଚ୍ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ, ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ-ପାକିସ୍ତାନ ମହାମୁକାବିଲା ସେପ୍ଟେମ୍ବର ୫ରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ।




