
ଭୁବନେଶ୍ୱର,ଅଳ୍ପକେ ବଡ଼ ଦୁର୍ଘଟଣାରୁ ତାଳଚେର-ପୁରୀ ଏକ୍ସପ୍ରେସ ବର୍ତ୍ତିଯାଇଛି।
ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ, ଷ୍ଟେସନ ନିକଟରେ, ହଠାତ୍ ଟ୍ରେନ୍ର ଇଞ୍ଜିନ ଟ୍ରାକ୍ରୁ ଖସିଯାଇଥିଲା।
ଏହାପରେ ଟ୍ରେନ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ତେବେ କେଉଁ କାରଣରୁ ଇଞ୍ଜିନଟି ଲାଇନଚ୍ୟୁତ ହେଲା, ସେନେଇ ଏପର୍ଯ୍ୟନ୍ତ, ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଲାଇନଚ୍ୟୁତ ହୋଇଥିବା ଇଞ୍ଜିନକୁ ପୁଣି ଟ୍ରାକ୍କୁ ଆଣିବା ସହ, ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ଉଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।




