
ଭୁବନେଶ୍ୱର,ଡରାଇଲାଣି ଇବୋଲା ଭାଇରସ। ଇବୋଲା ଭାଇରସ ପାଇଁ ପ୍ରସ୍ତୁତି ମୂଲ୍ୟାଙ୍କନ କରିବା ପାଇଁ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଏକ ସମୀକ୍ଷା, ବୈଠକ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତରେ, ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ରିପୋର୍ଟ ହୋଇନାହିଁ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କତା ପରେ, ନଜର ଏବଂ ପ୍ରତିରୋଧ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କ ସହିତ, ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଇବୋଲା ଭାଇରସ୍ ରୋଗ ପାଇଁ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ତନ୍ତ୍ରର ମୂଲ୍ୟାଙ୍କନ କରାଯାଇଥିଲା। ସୂତ୍ର ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ଭାରତରେ ଇବୋଲା ଭାଇରସ୍ ରୋଗର କୌଣସି ମାମଲା ରିପୋର୍ଟ, ହୋଇନାହିଁ।ଭାରତ ସରକାର ଏହି ଦେଶଗୁଡ଼ିକରୁ ଭାରତରେ ଆସୁଥିବା କିମ୍ବା ଏହି ଦେଶ ଦେଇ ପରିବହନ କରୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ବିଶେଷକରି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନରୁ ଆସୁଥିବା ଲୋକମାନେ, ନିଜ ସହିତ ଭାଇରସ ଆଣିପାରନ୍ତି।




