ଅନ୍ତର୍ଜାତୀୟରାଜନୀତି

ଇରାନ ରାଷ୍ଟ୍ରପତି ପେଜେଶକିୟାନ ଆସିବେ ଭାରତ

ଭୁବନେଶ୍ୱର,ଇରାନ ରାଷ୍ଟ୍ରପତି ପେଜେଶକିୟାନ, ଭାରତ ଆସିବେ । ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ, ଯୋଗଦେବା ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଅକ୍ଟୋବର, ୨୦୨୪ରେ ରୁଷର କାଜାନରେ ବ୍ରିକ୍ସ ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟ ମଧ୍ୟରେ ଦୁଇ ଦେଶର ନେତାମାନେ, ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ, ଯେଉଁଠାରେ ସେମାନେ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ, ବ୍ୟାପକ ଏବଂ ଗଭୀର ଆଲୋଚନା କରିଥିଲେ। ପଶ୍ଚିମ ଏସିଆରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ସମୟରେ ,ପେଜେସ୍କିଆନଙ୍କ ନୂଆଦିଲ୍ଲୀ ଗସ୍ତକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି, ବିବେଚନା କରାଯାଉଛି ,କାରଣ ଭାରତ ୨୦୨୬ରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଛି ଏବଂ ଭାରତ ଦ୍ୱାରା ଅଧ୍ୟକ୍ଷତା ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ହେଉଛି ନବସୃଜନ,“ସ୍ଥାୟୀତା, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ।

Related Articles

Back to top button