ଅନ୍ତର୍ଜାତୀୟକ୍ରୀଡ଼ା
ଭାରତ ପାଇଁ, ଓଡ଼ିଆ ପୁଅ ଆଣିଲେ ସ୍ବର୍ଣ୍ଣ

ଭୁବନେଶ୍ୱର ,ନାଇଜେରିଆର ଲାଗୋସଠାରେ ଆୟୋଜିତ ,କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬ ରେ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ର ଭିନ୍ନକ୍ଷମ ଖେଳାଳି, ଭି ରମେଶ ରାଓ।
ରମେଶ ହେଉଛନ୍ତି ଜଣେ ପ୍ରସିଦ୍ଧ, ପାରା-ଫେନ୍ସର ଖେଳାଳି।ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା।
ସେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ, ଦେଶ ଓ ରାଜ୍ୟ ପାଇଁ ଅନେକ ପଦକ ଜିତିଛନ୍ତି।
ଯାହାକି ଅଂଚଳ ପାଇଁ, ଗର୍ବ ର ବିଷୟ। ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ପ୍ରତିଯୋଗିତାରେ, ଭାରତର ପ୍ରତିନିଧିତ୍ୱ କରିଛନ୍ତି।
ଚଳିତ ମାସ ୯ ରୁ ୧୩ ତାରିଖ ପ୍ରଯ୍ୟନ୍ତ ଅନୁଷ୍ଠିତ, ହେଉଛି। ଭାରତ ପକ୍ଷରୁ ୧୩ ଜଣ ଅଂଶ ଗ୍ରହଣ କରୁଥିବା ବେଳେ, ଭି ରମେଶ ମଧ୍ୟ୍ୟ ସେଥିରେ ସାମିଲ ଅଛନ୍ତି।
ଗତକାଲି ରମେଶ ଫଏଲ ପାରା ଫେନ୍ସିଂରେ, ଏହି ସଫଲତା ପାଇଛନ୍ତି।




