
ଭୁବନେଶ୍ୱର ,ରାସ୍ତାରେ ମଦ ରଖି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ।ଅବାଧ ବେଆଇନ ମଦ ବିକ୍ରିକୁ ନେଇ ତାତିଛନ୍ତି ମହିଳା। ମଦ ବିକ୍ରିକୁ ନେଇ, ଉତ୍ତେଜନା।
ଭୁବନେଶ୍ବର ଖଣ୍ଡଗିରି ଥାନା ତପୋବନ ବସ୍ତିରେ, ଉତ୍ତେଜନା ଦେଖାଦେଇଛି।
ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ, ବେଆଇନ ମଦ ବିକ୍ରି ଅଭିଯୋଗ ହୋଇଆସୁଥିଲା।
ରାସ୍ତା ଉପରେ ଠିଆ ହୋଇ, ଆସାମାଜିକ ଲୋକ ମଦ୍ୟପାନ କରି ରାସ୍ତାରେ ଯାଉଥିବା ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ, ଅଭିଯୋଗ ହୋଇଥିଲା।
ଥାନାରେ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ, ନେଉନଥିଲା।
ତେଣୁ ଆଜି ବାଧ୍ୟ ହୋଇ ସ୍ଥାନୀୟ ଲୋକ ମଦ ବୋତଲ ଧରି ଖଣ୍ଡଗିରି, ବରମୁଣ୍ଡା ରାସ୍ତାକୁ ଅବରୋଧ କରିଥିଲେ।




