ଜାତୀୟଦୁର୍ଘଟଣା

ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର ,ପୁଣେର ବାରାମତୀରେ ପୁଣି ଥରେ ଟ୍ରେନିଂ ବିମାନ ଦୁର୍ଘଟଣାର ଘଟଣା, ସାମ୍ନାକୁ ଆସିଛି। ବାରାମତୀ ବିମାନବନ୍ଦର ନିକଟରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ବିମାନରେ ଥିବା ଟ୍ରେନି ପାଇଲଟ୍ ସୁରକ୍ଷିତ ଭାବେ ବଞ୍ଚିଯାଇଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରି ମୃତାହତ ହେବାର ଖବର ମିଳିନାହିଁ।ପୂର୍ବରୁ ମେ ୨୦୨୬ରେ ମଧ୍ୟ ବାରାମତୀ ବିମାନବନ୍ଦର ନିକଟରେ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ବୈଷୟିକ ତ୍ରୁଟି ପରେ କ୍ରାସ୍-ଲ୍ୟାଣ୍ଡିଂ କରିଥିଲା। ସେହି ଘଟଣାରେ ମଧ୍ୟ ଟ୍ରେନି ପାଇଲଟ୍ ସୁରକ୍ଷିତ, ଭାବେ ବଞ୍ଚିଯାଇଥିଲେ।ବାରାମତୀ ବିମାନବନ୍ଦର ପରିସରରେ ହିଁ ପାଇଲଟ୍‌ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ୨ଟି ସଂସ୍ଥା ରହିଛି। ଏହି ବିମାନବନ୍ଦର ପରିସରରେ, ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏହା ପ୍ରଥମ ଘଟଣା ନୁହେଁ।ଏହା ପୂର୍ବରୁ ଚଳିତ ବର୍ଷ ୧୩ ମେ ୨୦୨୬ରେ, ମଧ୍ୟ ବାରାମତୀର ଗୋଜୁବାଭି ଅଞ୍ଚଳରେ, ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ମାତ୍ର ୩ ମାସ ମଧ୍ୟରେ ବାରାମତୀରେ ଏହା ଦ୍ୱିତୀୟ ବିମାନ ଦୁର୍ଘଟଣା, ଯାହା ଟ୍ରେନିଂ ଫ୍ଲାଇଟ୍‌ର ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ାଇଛି।

Related Articles

Back to top button