ଅନ୍ୟାନ୍ୟ

ଅଗଷ୍ଟ ମାସରେ ଦୁଇଟି ଭିନ୍ନ ତାରିଖରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର ,ବର୍ଷର ଶେଷ ସୂର୍ଯ୍ୟପରାଗ, ଅଗଷ୍ଟ ୧୨, ୨୦୨୬ରେ ହେବ। ଏହି ପରାଗ ଅଗଷ୍ଟ ୧୨ ରାତି  ୯:୦୪ରେ ଆରମ୍ଭ ହେବ ଏବଂ ପରଦିନ ଅଗଷ୍ଟ ୧୩ରେ ସକାଳ ୪:୨୫ରେ ଶେଷ ହେବ।ଗ୍ରହଣ କେବଳ ଜ୍ୟୋତିର୍ବିଜ୍ଞାନ ଘଟଣା ନୁହେଁ ବରଂ ଶକ୍ତି ପରିବର୍ତ୍ତନର ସମୟ ଭାବରେ, ବିବେଚନା କରାଯାଏ। ଏହି ଗ୍ରହଣର ପ୍ରଭାବ ଦେଶ ଏବଂ ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇପାରେ।ଜ୍ୟୋତିଷ ଗଣନା ଅନୁସାରେ, ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ଅଗଷ୍ଟ ୨୮, ୨୦୨୬ରେ ଘଟିବ। ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ, ଯାହା ଶନିଙ୍କ ରାଶି, କୁମ୍ଭ ଏବଂ ଶତଭିଷା ନକ୍ଷତ୍ରରେ ଘଟିବ। ଏହି ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟ ସକାଳ ୬:୫୩ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨:୩୧ରେ ଶେଷ ହେବ।୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ , ଉତ୍ତର ଏବଂ ଦକ୍ଷିଣ ଆମେରିକା , ଆଫ୍ରିକା, ୟୁରୋପ, ଏବଂ ପଶ୍ଚିମ ଏସିଆର ଅନେକ ଦେଶରେ ଦୃଶ୍ୟମାନ ହେବ। ଯେହେତୁ ଭାରତରେ ଗ୍ରହଣ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର ଧାର୍ମିକ ଏବଂ ଜ୍ୟୋତିଷ ପ୍ରଭାବକୁ ବିବେଚନା, କରାଯିବ ନାହିଁ। ଏହି ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟ ସକାଳ ୬:୫୩ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨:୩୧ରେ ଶେଷ ହେବ।

Related Articles

Back to top button