
ଭୁବନେଶ୍ୱର ,ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି।। ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । ଆଜି ସକାଳ ୭ଟା ୨୫ ମିନିଟରେ ଇୱାଟ ପ୍ରଦେଶର ଉପକୂଳରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ପ୍ରାୟ ୪୦ କିଲୋମିଟର ଥିଲା। ଏହି ଭୂକମ୍ପ ଆଓମୋରି ପ୍ରଦେଶ, ଏବଂ ନିକଟସ୍ଥ ଅନ୍ୟାନ୍ୟ ଅଞ୍ଚଳକୁ ଥରାଇ ଦେଇଥିଲା ।କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ । ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ, ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର, ଆଶଙ୍କା ବୃଦ୍ଧି ପାଇଛି । ଏଥିସହ ଭୂକମ୍ପ ଝଟକା ,ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।




