ଓଡ଼ିଶାରାଜନୀତି

ଜଗତସିଂହପୁରରେ ଉପମୁଖ୍ୟନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ଜଗତସିଂହପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପାଇଁ, ସୋମବାର ଦିନିକିଆ ଜିଲ୍ଲା ଗସ୍ତରେ, ଆସିଥିଲେ। ପହଞ୍ଚିବା ପରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ପରିଦର୍ଶନ କରି, ସ୍ଥିତିର ଅନୁଧ୍ୟାନ କରିଥିଲେ। ବନ୍ୟା ଜଳ କୁଜଙ୍ଗ , ବିରିଡି, ନାଉଗାଁ, ତିର୍ତ୍ତୋଲ, ରଘୁନାଥପୁର , ବାଲିକୁଦା ବ୍ଲକରେ ପ୍ରବେଶ କରିଥିଲା । ତିର୍ତ୍ତୋଲ ବ୍ଲକରେ ୭ ଟି ଗ୍ରାମ ପଞ୍ଚାୟତର ୭ ଟି ରାଜସ୍ବ ଗ୍ରାମ, କୁଜଙ୍ଗ ବ୍ଲକରେ ୬ଟି ପଞ୍ଚାୟତର ୮ ଟି ଗ୍ରାମ, ବିରିଡି ବ୍ଲକରେ ୪ ପଞ୍ଚାୟତର ୫ ଗ୍ରାମ, ନାଉଗାଁ ବ୍ଲକର ଗୋଟିଏ ପଂଚାୟତର ୨ ଗ୍ରାମ, ବାଲିକୁଦା ବ୍ଲକର ୨ ପଞ୍ଚାୟତ ପ୍ରଭାବିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହରେ, ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ଜଳ ନିଷ୍କାସନ ଏବଂ ଭବିଷ୍ୟତର ପ୍ରତିକାରମୂଳକ ପଦକ୍ଷେପ ନେଇ ବିସ୍ତୃତ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘‘ଜିଲ୍ଲାରେ ବନ୍ୟାଜଳର ସଠିକ୍ ନିଷ୍କାସନ ହୋଇନଥିବାରୁ, ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ, ପୂର୍ବରୁ ଟେଣ୍ଡର ହୋଇଥିଲେ, ମଧ୍ୟ କେତେକ ଠିକାଦାର, ନିର୍ଦ୍ଧାରିତ ମାନ ଅନୁଯାୟୀ କାମ କରିନଥିବାରୁ, ଏଭଳି ସମସ୍ୟା ଦେଖାଦେଇଛି।

Related Articles

Back to top button