
ଭୁବନେଶ୍ୱର,ମହାନଦୀରେ ଜଳସ୍ତର ଦ୍ରୁତ ଗତିରେ, ଖସିଛି।ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ,ପ୍ରବାହ କମିଛି । ସକାଳ ୬ଟରେ ୪ ଲକ୍ଷ ୧୫ ଘନଫୁଟ ପାଣି ,ପ୍ରବେଶ କରୁଥିଲା। କ୍ରମଶଃ ଏହା କମିବାରେ ଲାଗିଛି। ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି। ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡ଼ାଯାଉଛି। ହୀରାକୁଦ ଜଳସ୍ତର ୬୨୫.୨୧ ଫୁଟ ଥିଲା। ସନ୍ଧ୍ୟା ୬ଗବେଳେ ମୁଣ୍ଡୁଳିରେ, ୫.୫୯ ଲକ୍ଷ ଘନଫୁଟ ପାଣି ଚାଲିଥିଲା। ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା।ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ, ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିଛି। ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ ଏସଓପି ଅନୁଯାୟୀ, ଖାଲି କରାଯାଇ ଆଗାମୀଦିନ ପାଇଁ, ପ୍ରସ୍ତୁତ ରହିବାକୁ ହେବ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି।




