Uncategorized

ଭୁବନେଶ୍ୱରରେ ‘ଇଣ୍ଡିଆନ୍‌ ଆଇଡଲ୍‌-୧୬’ ବିଜେତା ଜ୍ୟୋତିର୍ମୟୀ: କହିଲେ, ‘ଟ୍ରଫି ମହାପ୍ରଭୁଙ୍କୁ ସମର୍ପିତ’

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛନ୍ତି ‘ଇଣ୍ଡିଆନ୍‌ ଆଇଡଲ୍‌-୧୬’ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବାଜାବଜାଇ, ପ୍ଲାକାର୍ଡ ଦେଖାଇ ବେଶ୍‌ ଆଡ଼ମ୍ବରରେ ତାଙ୍କୁ ସ୍ୱାଗତ କରାଯିବା ସହ ଫ୍ୟାନ୍ସ, ଛାତ୍ରଛାତ୍ରୀ ଓ ପୋଲିସ୍‌ ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ପରିବାର, ଫ୍ୟାନ୍ସ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି। ସେ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋତେ ଏହି ବିଜୟ ମିଳିଛି। ଏହି ଟ୍ରଫିକୁ ମୁଁ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରୁଛି। ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ହିଁ ଏହା ସମ୍ଭବ ହୋଇଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୋ ରାଜ୍ୟ ଓ ଓଡ଼ିଶା ସଂଗୀତ ପ୍ରତି ମୋର ଗୁରୁଦାୟିତ୍ୱ ଏଣିକି ଆହୁରି ବଢ଼ିଗଲା। ଏହା ସହ ବିଜୟ ପରେ ବଲିଉଡ୍‌ରୁ ମଧ୍ୟ ଅନେକ ପ୍ରୋଜେକ୍ଟ ମିଳିଛି, ଆଗାମୀ ଦିନରେ ମୁଁ ସେଗୁଡ଼ିକ ଉପରେ କାମ କରିବି।” ଅନ୍ୟପଟେ, ଜ୍ୟୋତିର୍ମୟୀଙ୍କ ବାପା-ମାଆ ମଧ୍ୟ ଝିଅର ଏହି ସଫଳତା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Back to top button