ଅନ୍ତର୍ଜାତୀୟଶିକ୍ଷା

ଆନ୍ତର୍ଜାତୀୟ ସ୍ତରରେ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର , ବଲିଉଡ୍ ଅଭିନେତା ସଲମାନ୍ ଖାନ୍, ହ୍ରିତିକ୍ ରୋଶନ୍, ଆଲିଆ ଭଟ୍ଟ, ନାସିରୁଦ୍ଦିନ୍ ଶାହ, ପ୍ରକାଶ ରାଜ ଏବଂ ଅନୁରାଗ କଶ୍ୟପଙ୍କ ଭଳି ଅନେକ ବଡ଼ କଳାକାର NEET ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି। ସଲମାନ୍ ଖାନ୍ ଏହାକୁ ଏକ ଗମ୍ଭୀର ସମସ୍ୟା ବୋଲି ଦର୍ଶାଇ ପ୍ରଶ୍ନପତ୍ର ଲିକ୍‌ର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଭାରତରେ ଚାଲିଥିବା ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ଏବେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ, ସ୍ୱର ଉତ୍ତୋଳନ କରିଛନ୍ତି ଜଣାଶୁଣା ହଲିଉଡ୍ ଅଭିନେତା, ଜନ୍ କ୍ୟୁସାକ୍। ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ଏକ ଆର୍ଟିକିଲ୍ ସେୟାର କରି ସେ ଛାତ୍ର ସଂଗଠନ, ଏବଂ ପ୍ରତିବାଦକାରୀଙ୍କୁ, ନିଜର ସମର୍ଥନ ଜଣାଇଛନ୍ତି।କୋକ୍ରୋଚ୍ ଜନତା ପାର୍ଟି ର ‘ଚଲୋ ସଂସଦ’ ଅଭିଯାନ ସମୟରେ, ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶହ ଶହ ଛାତ୍ରଛାତ୍ରୀ ଜନ୍ତର ମନ୍ତର ଓ ସଂସଦ ମାର୍ଗରେ ପ୍ରତିବାଦ କରୁଛନ୍ତି। ପୋଲିସ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ବେଳେ, ୫ ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିବା, ସୂଚନା ମିଳିଛି।

Related Articles

Back to top button