ଅନ୍ତର୍ଜାତୀୟଜୀବନଶୈଳୀ

ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇନ୍ଧନ ସଞ୍ଚୟ ପାଇଁ, ନିବେଦନ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଇନ୍ଧନ ସଞ୍ଚୟ ଲାଗି, ପଦକ୍ଷେପ ନେଇଛନ୍ତି।ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଭରତ ପରାସରଙ୍କ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ଗ୍ରୀଷ୍ମ ଅବକାଶ ଓ ଅନ୍ୟାନ୍ୟ ଆଂଶିକ କାର୍ଯ୍ୟଦିବସରେ ବିଚାରପତିମାନେ ଭର୍ଚୁଆଲ ମାଧ୍ୟମରେ, ମାମଲାର ଶୁଣାଣି କରିବେ। ଏଥପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏପରି କି କେତେକ ବିଚାରପତି, କାର୍ଯ୍ୟାଳୟକୁ କାର୍‌ ପୁଲିଂରେ ଆସିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି।ସରକାରୀ ସ୍ତରରେ ଘନଘନ ବୈଠକ ବସୁଛି, ଆଶ୍ବାସନା ମିଳିଛି। ତଥାପି ତେଲେ ପାଇଁ,ହାହାକାର ସ୍ଥିତି।ଖରା ହେଉ କି ରାତି ଅଧ, ତେଲ ପାଇବାକୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପ ଆଗରେ ଠିଆ ହୋଇ ଭୋଗୁଛନ୍ତି ଯନ୍ତ୍ରଣା। ରାଜ୍ୟ ସାରା ଥମୁନି ତେଲ ଯନ୍ତ୍ରଣା। ଗତକାଲି ଯୋଗାଣ ମନ୍ତ୍ରୀ କହିଥିଲେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତୈଳ କମ୍ପାନୀ ଅଧିକାରୀ ବି ଭରସା ଦେଇଥିଲେ ଭୟଭୀତ ହେବାର କାରଣ ନାହିଁ। ତଥାପି ଲୋକଙ୍କ ମନରୁ, ଲିଭୁନି ଭୟ।

Related Articles

Back to top button