
ଭୁବନେଶ୍ୱର ,ବିଜେଡି ସରକାରରେ ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ, ନୋଟିସ୍ ଜାରି କରାଯାଇଥିଲା।ଭିକେ ପାଣ୍ଡିଆନ୍ଙ୍କୁ ନୋଟିସ୍ ଜାରି କରିଛି ଭୁବନେଶ୍ୱରର କ୍ୟାପିଟାଲ୍ ଥାନା ପୁଲିସ ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ, ତାଙ୍କୁ ନୋଟିସ୍ ପଠାଯାଇଛି। ଏସିପି ଜୋନ୍-୧ଙ୍କ ପାଖରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଗତ ୧୮ ତାରିଖରେ ମନୋଜ କୁମାର ମିଶ୍ର କ୍ୟାପିଟାଲ ଥାନାରେ, ହାଜର ହୋଇ ନିଜ ପକ୍ଷ ରଖିଥିଲେ।୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ଜଷ୍ଟିସ ନାଇଡ଼ୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ, ଗାଏବ ହୋଇଥିବା ନେଇ, ଗୃହ ବିଭାଗ ପକ୍ଷରୁ ଗତ ଜୁନ୍ ମାସରେ ପୁଲିସରେ F I R,ଦିଆଯାଇଥିଲା।୨୦୨୪ ଜୁନ୍ ୪ ତାରିଖରେ ନିର୍ବାଚନ ପରିଣାମ ବିଜେପି ସପକ୍ଷରେ ଯିବା ପରେ, ସିଏମଓରୁ ଗୃହ ବିଭାଗକୁ ସମସ୍ତ ଫାଇଲ ପଠାଯାଇଥିଲେ ମଧ୍ୟ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଫେରିନଥିଲା ବୋଲି, ଏଫଆଇଆରରେ, ଉଲ୍ଲେଖ ଥିଲା।ଗୃହ ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ, କେବଳ ‘ଫାଇଲ ଖୋଜା ଚାଲିଛି’ ବୋଲି ଉତ୍ତର ମିଳିଥିଲା।




