ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି।

ଭୁବନେଶ୍ୱର ,ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ବାହାରିଥିଲା ପ୍ରଥମ ଆଡ଼ପ ଅବଢ଼ା।
ମହାପ୍ରସାଦ ପାଇ ନିଜକୁ ,ଧନ୍ୟ ମଣିଛନ୍ତି ଭକ୍ତ। ସେପଟେ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ, କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ,ପାଳନ ହେବ ହେରାପଞ୍ଚମୀ ନୀତି। ପରମ୍ପରା ଅନୁସାରେ ରଥଯାତ୍ରାରେ,
ଶ୍ରୀଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ପଞ୍ଚମ ଦିନ ମା’ ଗୁଣ୍ଡିଚା ମନ୍ଦିରକୁ ଆସି, ମହାପ୍ରଭୁଙ୍କ ଦର୍ଶନ କରନ୍ତି। ଫେରିବା ବେଳେ ଅଭିମାନରେ, ନନ୍ଦିଘୋଷ ରଥର ଏକ ଅଂଶ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯାଆନ୍ତି।
ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର, ପ୍ରସ୍ତୁତି।




