
ଭୁବନେଶ୍ୱର ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ, ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ, ଆଜି ଓଡ଼ିଶା ନିର୍ମାଣ ନିଗମ ଲିମିଟେଟ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସଞ୍ଜୟ କୁମାର କିସପଟ୍ଟାଙ୍କ ଘର ସମେତ ୭ଟି ସ୍ଥାନରେ, ଏକକାଳୀନ ଚଢ଼ାଉ କରାଯାଉଛି ।
ଏହି ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ, ଆଠ ଜଣ ଇନ୍ସପେକ୍ଟର, ସାତ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର , ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀନିୟୋଜିତ ହୋଇଛନ୍ତି ।
ସଞ୍ଜୟ ଏହା ପୂର୍ବରୁ କୋରାପୁଟ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଥିଲେ ।
ସେଠାରେ ହିଁ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି, ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଯାଞ୍ଚ ୱାରେଣ୍ଟ ବଳରେ, ଏହି ଚଢ଼ାଉ କରାଯାଉଛି ।




