ଓଡ଼ିଶାଶିକ୍ଷାସ୍ୱାସ୍ଥ୍ୟ

‘ବିକଶିତ କୁଚିଣ୍ଡା’ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ରବିନାରାୟଣ ନାଏକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ସଚେତନ ନାଗରିକ ମଞ୍ଚ ଓ ମିଳିତ ଫୋରମ ଆନୁକୂଲ୍ୟରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ ଓ ଏକ ସମୃଦ୍ଧ ଓଡ଼ିଶା ଗଠନ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ମନ୍ତ୍ରୀ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଯୋଜନା, କୃଷି, ପାନୀୟ ଜଳ, ସଡ଼କ ସଂଯୋଗ, କ୍ରୀଡ଼ା ଏବଂ ଯୁବ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଗଭୀର ମତ ବିନିମୟ କରାଯାଇଛି ।

ଆଗାମୀ ଦିନରେ କୁଚିଣ୍ଡାକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବା ପାଇଁ ଆମେ ଏକ ସୁଦୃଢ଼ ବିକାଶର ରୂପରେଖ ପ୍ରସ୍ତୁତ କରିଛୁ । ସ୍ଥାନୀୟ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ଏବଂ ଭିତ୍ତିଭୂମିର ବିକାଶ ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ । ସମସ୍ତ ସଚେତନ ନାଗରିକଙ୍କ ସହଯୋଗ ଓ ସହଭାଗିତାରେ ନିଶ୍ଚିତ ଭାବେ ‘ବିକଶିତ କୁଚିଣ୍ଡା’ର ସ୍ୱପ୍ନକୁ ସାକାର କରିପାରିବା ବୋଲି ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ।

Related Articles

Back to top button