ଅନ୍ତର୍ଜାତୀୟକ୍ରୀଡ଼ା

ଖେଳାଳି ଏଲିସ୍ ପେରୀ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ଭୁବନେଶ୍ୱର,ରବିବାର ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ଫାଇନାଲ୍ ଜିତି, ଅଷ୍ଟ୍ରେଲିଆ ଇତିହାସ ରଚିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ,ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟ୍ରେଲିଆ ମହିଳା ଦଳ ୭ମ ଥର ପାଇଁ ଟାଇଟଲ୍ ହାସଲ କରିଛି।ଏଲିସ୍ ପେରୀ ଅଷ୍ଟ୍ରେଲିଆ ପାଇଁ ଏପର୍ଯ୍ୟନ୍ତ ସୋଟ୍ ୧୫ଟି ଟେଷ୍ଟ, ୧୬୮ଟି ଦିନିକିଆ ଓ ୧୮୧ଟି ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ଟେଷ୍ଟ କ୍ରିକେଟରେ, ସେ ନିଜ ଦଳ ପାଇଁ ୧୦୦୬ ରନ୍ ସଂଗ୍ରହ କରିବା ସହ ୩୯ଟି ୱିକେଟ୍, ମଧ୍ୟ ହାସଲ କରିଛନ୍ତି। ଟେଷ୍ଟରେ ତାଙ୍କ ନାମରେ ୨ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି।ଏହା ବ୍ୟତୀତ ଦିନିକିଆରେ ପେରୀ ୩ଟି ଶତକ ଏବଂ ୩୭ଟି ଅର୍ଦ୍ଧଶତକ ସହାୟତାରେ, ୪୫୮୧ ରନ୍ ନିଜ ନାମରେ, କରିଛନ୍ତି। ଦିନିକିଆରେ ବୋଲିଂ କରି ଏଲିସ୍ ପେରୀ, ୧୬୬ଟି ୱିକେଟ୍ ମଧ୍ୟ ନେଇଛନ୍ତି। ଦିନିକିଆ ବ୍ୟତୀତ ତାଙ୍କ ଟି-୨୦ କ୍ୟାରିୟର ମଧ୍ୟ ବେଶ୍ ଦମଦାର୍। ଏଲିସ୍ ପେରୀ ବର୍ଷ ୨୦୦୭ରେ ଅଷ୍ଟ୍ରେଲିଆ ପାଇଁ, ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପେରୀଙ୍କ ଡେବ୍ୟୁ ପରେ, ଅଷ୍ଟ୍ରେଲିଆ ୭ଟି ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିସାରିଛି। ଏହା ବ୍ୟତୀତ ଦଳ ୨ଟି ଦିନିକିଆ ବିଶ୍ୱକପ୍ ଟ୍ରଫି, ମଧ୍ୟ ଜିତିଛି। ଏଲିସ୍ ପେରୀ ଏହି ସମସ୍ତ ୯ଟି ଆଇସିସି ଟାଇଟଲ୍ ଜିତିଥିବା ଦଳର, ସଦସ୍ୟ ରହିଛନ୍ତି। କେବଳ ସେତିକି ନୁହେଁ, ଏଲିସ୍ ପେରୀ ଅଷ୍ଟ୍ରେଲିଆ ପାଇଁ ଆଇସିସି ଇଭେଣ୍ଟଗୁଡ଼ିକରେ ଦମଦାର ପ୍ରଦର୍ଶନ ମଧ୍ୟ କରିଆସିଛନ୍ତି।

Related Articles

Back to top button