ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶ୍ରୀକ୍ଷେତ୍ର ପୁରୀରେ ଜମିଛି ଭକ୍ତଙ୍କ ଭିଡ଼।

ଭୁବନେଶ୍ୱର ,ଆଜି ସ୍ନାନପୂର୍ଣ୍ଣିମାରେ ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ, ଓହ୍ଲାଇ ଆସୁଛନ୍ତି ଚତୁର୍ଦ୍ଧା ମୂରତି। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ଦିବ୍ୟ ଜଳରେ କରିବେ ସ୍ନାନ। ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ନୀତି ରହିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୭୯ ପ୍ଳାଟୁନ୍ ଫୋର୍ସ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍ ଉପରେ ରହିଛି ପ୍ରଶାସନର ଫୋକସ।ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ରହିଛି, ସାହାଣମେଲା ଦର୍ଶନ। ମହାପ୍ରଭୁଙ୍କ ଏହି ଦିବ୍ୟସ୍ନାନର ପ୍ରତ୍ୟକ୍ଷ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ପୁରୀରେ, ଜମିଛି ଭକ୍ତଙ୍କ ଭିଡ଼। ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା  ପହଣ୍ଡି ବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଶେଷରେ ପହଣ୍ଡି କରି ସ୍ନାନବେଦୀରେ ବିରାଜିଥିଲେ କାଳିଆ ସାଆନ୍ତ।

Related Articles

Back to top button