ଅନ୍ତର୍ଜାତୀୟବାଣିଜ୍ୟ

ସୁନା ଦରକୁ ନେଇ ଆସିଲା ବଡ ଖବର

ଭୁବନେଶ୍ୱର ,ଜୁନ୍‌ ୧୯ରେ ସୁନା ଦର ୧.୪୫ ଲକ୍ଷରେ ପହଞ୍ଚିଛି। ଏହି ଅବଧିରେ ଭାରତରେ, ସୁନା ମୂଲ୍ୟ ପାଖାପାଖି ୧୦ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ, ଅଧିକ ୧୦ ପ୍ରତିଶତ ଅର୍ଥାତ୍‌ ୨୦ ପ୍ରତିଶତ ଖସିଛି। ଇତିମଧ୍ୟରେ, ଭବିଷ୍ୟତରେ, ସୁନା ମୂଲ୍ୟକୁ ନେଇ ଆମେରିକାର ପ୍ରମୁଖ ବ୍ୟାଙ୍କିଙ୍ଗ ସଂସ୍ଥା ଜେପି ମୋର୍ଗାନ୍‌ ଏକ ବଡ଼ ଆକଳନ କରିଛି। ଆକଳନ ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ପାଖାପାଖି ୪୦ ପ୍ରତିଶତ ବଢ଼ିପାରେ। ସୁନାକୁ ସୁରକ୍ଷିତ ନିବେଶ ଭାବେ,ବିବେଚନା କରାଯାଇଥାଏ। ଯୁଦ୍ଧ ଭଳି ପରିସ୍ଥିତିରେ, ସାଧାରଣତଃ ସୁନାରେ ନିବେଶ ବଢ଼ିଥାଏ, ଏବଂ ସୁନା ଦର ବୃଦ୍ଧି ପାଇଥାଏ।ଆମେରିକା-ଇରାନ୍‌ ଯୁଦ୍ଧ ଆରମ୍ଭ ହେବାର ଦିନକ ପୂର୍ବରୁ, ୨୭ଫେବୃଆରିରେ ଭାରତରେ ସୁନା ଦର, ୧୦ ଗ୍ରାମ୍‌ ପିଛା ୧.୬୦ ଲକ୍ଷ ଟଙ୍କା ଥିଲା।ଯୁଦ୍ଧ ଭଳି ପରିସ୍ଥିତିରେ ସାଧାରଣତଃ ସୁନାରେ ନିବେଶ ବଢ଼ିଥାଏ ଏବଂ ସୁନା ଦର ବୃଦ୍ଧି ପାଇଥାଏ। କିନ୍ତୁ ଇରାନ୍‌ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧ ସମୟରେ, ସୁନା ମୂଲ୍ୟ ହ୍ରାସ ପାଇବା ଏକ ବିଲକ୍ଷଣ। ବଜାର ବିଶେଷଜ୍ଞମାନେ ଏଥିପାଇଁ ମୁଖ୍ୟତଃ ୩ଟି କାରଣକୁ, ଦାୟୀ କରୁଛନ୍ତି। ସେମାନଙ୍କ କହିବା କଥା, ଡଲାର୍‌ ମଜଭୁତ ହେବା, ନିବେଶକମାନେ, ପ୍ରଫିଟ୍‌-ବୁକ୍‌ କରିବା ଏବଂ ଘରୋଇ ଖରିଦ୍‌ ହ୍ରାସ ପାଇବା। ସୁନାର ମୂଲ୍ୟ ଡଲାର୍‌ରେ ସ୍ଥିର ହୋଇଥାଏ। ଡଲାର୍‌ ମଜଭୁତ ହେଲେ, ସୁନା କିଣିବା ମହଙ୍ଗା ହୋଇଥାଏ ଏବଂ ଏଥିଯୋଗୁଁ ସୁନାର ଚାହିଦା, ହ୍ରାସ ପାଏ। ଇରାନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଡଲାର୍‌ ସୂଚକାଙ୍କ  ୩ପ୍ରତିଶତ ବୃଦ୍ଧି ପାଇଛି।

Related Articles

Back to top button