ରାଜନୀତିଶିକ୍ଷା

ବିଜେପି ସରକାରର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଛି ବିଜେଡି।

ଭୁବନେଶ୍ୱର ,ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି, ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି କରାଯାଉ, ନଚେତ ପୂର୍ବ ସିଲାବସର ପୁସ୍ତକରେ ପଢ଼ାଯାଉ। ଚଳିତବର୍ଷ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପାଯିବା ନେଇ, ଯେଉଁ ଖର୍ଚ୍ଚ ହୋଇଛି, ତାହା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆଦାୟ କରିବାକୁ ବିଜେଡି ଦାବି କରିଛି। ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ, ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ, ଈପ୍‌ସିତା ସାହୁ ଏବଂ ମୁଖପାତ୍ର ଡ. ଲେନିନ ମହାନ୍ତି କହିଥିଲେ, ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ସରକାର, ଆଜି ଓଡ଼ିଆ ଅସ୍ମିତାକୁ ଭୂ-ଲୁଣ୍ଠିତ କରିଛନ୍ତି। ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ଭିତରେ ଏ ଜାତି କେବେ ହେଲେ ଏଭଳି ଭୁଲ ଦେଖି ନଥିଲା କି ଆଗକୁ ଦେଖିବ ବୋଲି ଆଶା ନାହିଁ। ବହି ଛାପିବା ପାଇଁ ଯେଉଁ କମିଟି ଗଠନ ହୋଇଥିଲା, ସେଥିରେ ସଭ୍ୟମାନଙ୍କ ଯୋଗ୍ୟତା, ନ ମାପି ତାଙ୍କୁ ରାଜନୈତିକ ଚାପରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଛପାଯାଇଥିବା ଭୁଲ୍ ପାଠ୍ୟପୁସ୍ତକକୁ କୌଣସି ବିଦ୍ୟାଳୟରେ ପଢ଼ାନଯାଉ।

Related Articles

Back to top button