ଅନ୍ତର୍ଜାତୀୟରାଜନୀତି

ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ ଦରରେ ବଡ଼ ହ୍ରାସ

ଭୁବନେଶ୍ୱର , ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ ଦରରେ, ବଡ଼ ହ୍ରାସ କରିବାକୁ ଯୋଜନା କରୁଛନ୍ତି। ଯଦି ଏପରି ହୁଏ, ତେବେ ଏହା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର ହେବ। ପ୍ରକୃତରେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ପାକିସ୍ତାନ ସରକାର ନିଜ ଜନସାଧାରଣଙ୍କୁ, ଆଶ୍ୱସ୍ତି ଦେବାକୁ, ଚେଷ୍ଟା କରୁଛନ୍ତି। ତେବେ ପେଟ୍ରୋଲ ଏବଂ ଡିଜେଲର ଦର ଯେକୌଣସି ଦେଶର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଇନ୍ଧନ ମହଙ୍ଗା ହେଲେ ପରିବହନ ଖର୍ଚ୍ଚ ବଢ଼ିଯାଏ, ଯାହାର ପ୍ରଭାବ ଖାଇବା-ପିଇବା ସାମଗ୍ରୀଠାରୁ ଆରମ୍ଭ କରି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ପର୍ଯ୍ୟନ୍ତ,ସବୁ ସାମଗ୍ରୀ ଉପରେ, ପଡ଼ିଥାଏ। ଏଭଳି ପରିସ୍ଥିତିରେ, ସରକାର ମୂଲ୍ୟ ହ୍ରାସ କରି ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ର ଚାପକୁ କମାଇବାକୁ ଚାହୁଁଛନ୍ତି।ଏହି କାରଣରୁ ସରକାର ଇନ୍ଧନ ମୂଲ୍ୟର ସମୀକ୍ଷା କରୁଛନ୍ତି ଏବଂ ଦାମ କମାଇବାର ଉପାୟ ଖୋଜୁଛନ୍ତି।ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ହ୍ରାସ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ପେଟ୍ରୋଲ ୭୪ ଟଙ୍କା ଏବଂ ଡିଜେଲ ଲିଟର, ପିଛା ୬୭ ଟଙ୍କା କମିବାକୁ ଯାଉଛି। ଏହାପରେ ପେଟ୍ରୋଲ ମୂଲ୍ୟ ୩୭୩ ଟଙ୍କାରୁ କମି ୨୯୯ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ମୂଲ୍ୟ ୩୭୮ ଟଙ୍କାରୁ କମି ୩୧୧ ଟଙ୍କା ପ୍ରତି ଲିଟର ହେବ। ସରକାରଙ୍କ ଚୂଡ଼ାନ୍ତ ମଞ୍ଜୁରୀ ମିଳିବା ପରେ, ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

Related Articles

Back to top button