ହର୍ମୁଜ ପ୍ରଣାଳୀ ଉପରେ ଆମେରିକା ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟ

ଭୁବନେଶ୍ୱର ,ଆମେରିକା ସହ ଯୁଦ୍ଧ ସମୟରେ ଇରାନ ତରଫରୁ, ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର, ବିଭିନ୍ନ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏଥିରୁ ଇରାନ ସେନାର ଦକ୍ଷତା କେତେ, ତାହା ଜଣା ପଡ଼ିଥିବା ବେଳେ ଆଗାମୀ ଦିନରେ, ହର୍ମୁଜ ପ୍ରଣାଳୀ ଉପରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ଆମେରିକାର ଚିନ୍ତା ବଢ଼ାଇବ। ହର୍ମୁଜ ପ୍ରଣାଳୀ ଇରାନର, ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ବୋଲି ଆମେରିକା ଗୁଇନ୍ଦା ସଂସ୍ଥାର ଏକ ରିପୋର୍ଟରେ, ଦର୍ଶାଯାଇଛି। ଆମେରିକା ଗୁଇନ୍ଦା ବିଭାଗ, ରିପୋର୍ଟ ଅନୁଯାୟୀ ଇରାନ୍ ସହ ଆମେରିକାର ଶାନ୍ତି ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଥିବା ବେଳେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଉପରେ ଇରାନର, ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଇରାନ ସହ ହେବାକୁ ଥିବା ଚୁକ୍ତି ସମ୍ପର୍କରେ କହିଥିଲେ ଭବିଷ୍ୟତରେ ଇରାନ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବ ନାହିଁ ବୋଲି ସର୍ତ୍ତ ରହିଛି। ସେହିପରି ହର୍ମୁଜ ପ୍ରଣାଳୀ ଦେଇ, ତୈଳବାହୀ ଜାହାଜ ଚଳାଚଳ ସ୍ବାଭାବିକ କରିବାକୁ ଚୁକ୍ତିରେ ଦର୍ଶାଯାଇଛି। ଯଦି ଇରାନ ସର୍ତ୍ତ ପାଳନ କରେ, ତେବେ ତାକୁ ଚୁକ୍ତି ଅନୁଯାୟୀ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବ।




