ଅନ୍ତର୍ଜାତୀୟଅନ୍ୟାନ୍ୟ

କମିପାରେ ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର ,ସୋମବାର ଅଶୋଧିତ ତୈଳ ଦର ଇଣ୍ଡିଆନ ବାସ୍କେଟ୍‌ ପିଛା, ୮୫ ଡଲାରକୁ ଖସି ଆସିଛି। ଆଗାମୀ ଦିନରେ ଆହୁରି ଅଶୋଧିତ ତୈଳ ଦର ଖସିବାର ସମ୍ଭାବନା ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ, ଅଶୋଧିତ ତୈଳ ବୋଝେଇ ଜାହାଜ ଆସିପାରୁ ନଥିଲା। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ କ୍ଷତି ଭରଣା ନିମନ୍ତେ ମେ’ ୧୫ରୁ ୨୫ ମଧ୍ୟରେ ୪ ଥରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୮ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର କ୍ଷତି ଭରଣା କରିବାକୁ ଯାଇ କେନ୍ଦ୍ର ସରକାର, ତୈଳ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କିନ୍ତୁ ଏହାର ଲାଭ ଗ୍ରାହକ ପାଇନଥିଲେ। ଆଗାମୀ ଦିନରେ ତୈଳ ପରିବହନ ସ୍ବାଭାବିକ ହେବା ସହ, ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର, ସମ୍ଭାବନା ରହିଛି। କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ନିଷ୍ପତ୍ତିକୁ ଅପେକ୍ଷା ରହିଛି।

Related Articles

Back to top button