
ଭୁବନେଶ୍ୱର ,ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ, ଏହି ବୃଦ୍ଧି ଜାରି ରହିବ। ଏହାପରେ ରାଜ୍ୟର ଜିଲ୍ଲାଗୁଡ଼ିକରେ, ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।ଜୁନ୍ ୨ ତାରିଖ ସକାଳ ୮.୩୦ରୁ ଜୁନ୍ ୩ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ, ପୁରୀ, କଟକ,ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।୪ ତାରିଖ ସକାଳ ୮.୩୦ରୁ ଜୁନ୍ ୫ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର,ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଏବଂ ନୟାଗଡ଼ ଜିଲ୍ଲାରେ ପାଣିପାଗ ଅନୁରୂପ ରହିବ।ଜୁନ୍ ୫ ତାରିଖ ସକାଳ ୮.୩୦ରୁ ଜୁନ୍ ୬ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ, ଗରମ ଓ ଗୁଳୁଗୁଳି ପାଗ ଜାରି ରହିବ ବୋଲି ପାଣିପାଗ, କେନ୍ଦ୍ର ପୂର୍ବାନୁମାନ କରିଛି।




