ଅନ୍ତର୍ଜାତୀୟରାଜନୀତି

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ଙ୍କ ଇସ୍ତଫା ଚର୍ଚ୍ଚା

ଭୁବନେଶ୍ୱର,କ୍ଷମତା ବିବାଦକୁ ନେଇ ପେଜେସ୍‌କିଆନ ରାଷ୍ଟ୍ରପତି ପଦରୁ, ଇସ୍ତଫା ଦେଇଥିବା କୁହାଯାଇଛି।

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ତାଙ୍କ ପଦରୁ, ଇସ୍ତଫା ଦେଇଥିବା ନେଇ, ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।

ଏହି ଇସ୍ତଫା ସମ୍ପର୍କରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କିମ୍ବା ଇରାନର, ସର୍ବୋଚ୍ଚ ନେତା ମୋଜତାବା ଖାମନେଇଙ୍କ କାର୍ଯ୍ୟାଳୟ ପକ୍ଷରୁ, କିଛି ସୂଚନା ମିଳିନାହିଁ।

ଅନ୍ୟପଟେ ଇରାନର ନ୍ୟୁଜ୍ ଏଜେନ୍ସି ‘ତସ୍‌ନିମ୍’ର ରିପୋର୍ଟ ଅନୁଯାୟୀ ପେଜେସ୍‌କିଆନ ରାଷ୍ଟ୍ରପତି ପଦରୁ, ଇସ୍ତଫା ଦେଇ ନାହାନ୍ତି।

ଫଳରେ ପେଜେସ୍‌କିଆନଙ୍କ ଇସ୍ତଫାକୁ ନେଇ, ଏକ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

‘ତସ୍‌ନିମ୍’ ଏଜେନ୍ସି କହିଛି ଯେ ପେଜେସ୍‌କିଆନ ତାଙ୍କ କାର୍ଯ୍ୟ ସ୍ବାଭାବିକ, ଭାବେ ଚଳାଇଛନ୍ତି।

Related Articles

Back to top button