ଅନ୍ୟାନ୍ୟଶିକ୍ଷା

CBSE ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ବଢ଼ୁଛି ବିବାଦ ।

ଭୁବନେଶ୍ୱର,CBSEର ଅନ୍-ସ୍କ୍ରିନ୍ ମାର୍କିଂକୁ, ଏବେ ବଡ଼ ପ୍ରଶ୍ନ ।ଦେଶର ସବୁଠାରୁ ବଡ଼ ଶିକ୍ଷା ବୋର୍ଡ ମଧ୍ୟରୁ ଗୋଟିଏ CBSE । ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଇଛି ।ଛାତ୍ରଛାତ୍ରୀମାନେ ଦାବି କରିଥିଲେ, ଉତ୍ତର, ପ୍ରଶ୍ନପତ୍ର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ଅନଲାଇନରେ, ଅସୁରକ୍ଷିତ ଭାବେ ଉପଲବ୍ଧ ରହିଛି ।ପ୍ରଥମେ CBSE ଏହାକୁ ଭୁଲ URL କିମ୍ବା ଟେଷ୍ଟ ପୋର୍ଟାଲ, ସମ୍ବନ୍ଧୀୟ ସମସ୍ୟା ବୋଲି କହିଥିଲା ।କିନ୍ତୁ ଏବେ ବାରମ୍ବାର ସମାଲୋଚନା ହେବା ପରେ, ପ୍ଲାଟଫର୍ମରେ, କିଛି ସୁରକ୍ଷା ଦୁର୍ବଳତା ଥିଲା ବୋଲି ସ୍ବୀକାର କରିଛି ବୋର୍ଡ ।Xରେ CBSE ପକ୍ଷରୁ, ପୋଷ୍ଟ କରି, OSM ପୋର୍ଟାଲରେ ଚିହ୍ନଟ ହୋଇଥିବା ଦୁର୍ବଳତାଗୁଡ଼ିକୁ, ଗୁରୁତ୍ୱର ସହ ଯାଞ୍ଚ କରାଯାଉଛି । ବିଭିନ୍ନ ସରକାରୀ ଏଜେନ୍ସି ଓ IITର ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ ଏକ ଟିମ୍, ସିଷ୍ଟମର ସୁରକ୍ଷା ଉପରେ କାମ କରୁଛନ୍ତି । ପୋର୍ଟାଲକୁ ଅଧିକ ସୁରକ୍ଷିତ, କରିବାକୁ ବ୍ୟବସ୍ଥା କରାଯାଉଛି ।

Related Articles

Back to top button