
ଭୁବନେଶ୍ୱର ,ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଆଇପିଏଲ୍ ୧୯ଶ ସଂସ୍କରଣର ଫାଇନାଲ ମ୍ୟାଚ୍ରେ, ଗତବର୍ଷର ଚମ୍ପିଆନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ,ମଧ୍ୟରେ ମୁକାବିଲା ହେବ।ଆର୍ସିବି ଓ ଗୁଜରାଟ ମଧ୍ୟରେ ସବୁଠାରୁ ବଡ଼ ଫରକ ହେଉଛି ବ୍ୟାଟିଂ। ଗୁଜରାଟ ତା’ର ପ୍ରଥମ ୩ ବ୍ୟାଟ୍ସମ୍ୟାନ- ଶୁଭମନ ଗିଲ୍, ସାଇ ସୁଦର୍ଶନ ଓ ଜୋସ୍ ବଟ୍ଲରଙ୍କ ଉପରେ ନିର୍ଭର କରିବ। ଲିଗ୍ ପର୍ଯ୍ୟାୟରେ ଆର୍ସିବି ଓ ଗୁଜରାଟ ସମାନ ୧୮ ପଏଣ୍ଟ ଲେଖାଏଁ ପାଇଁ, କ୍ବାଲିଫାୟର-୧ ଖେଳିଥିଲେ। ୯୨ ରନ୍ ବ୍ୟବଧାନରେ ଗୁଜରାଟକୁ ପରାସ୍ତକରି, ଆର୍ସିବି କ୍ରମାଗତ ୨ୟ ଫାଇନାଲରେ ପହଞ୍ଚିଛି। । ଭୁବନେଶ୍ବର କୁମାର ଓ ଜୋସ୍ ହାଜେଉଲଡ୍ ନୂଆବଲ୍ରେ ଚମତ୍କାର ବୋଲିଂକରି, ନିୟମିତ ୱିକେଟ୍, ନେଉଛନ୍ତି। ଯଦି ଦୁହେଁ ଆରମ୍ଭରୁ ୭୦୦ରୁ ଅଧିକ ରନ୍ କରିଥିବା ଗୁଜରାଟ ଦୁଇ ରନ୍ ମେସିନ୍ ଓପ୍ନର ଗିଲ୍ ଓ ସୁଦର୍ଶନଙ୍କୁ ଆଉଟ୍ କରିଦିଅନ୍ତି; ମ୍ୟାଚ୍ର ଫଳାଫଳ, ଭିନ୍ନ ହୋଇପାରେ। ଏଦୁହେଁ କ୍ବାଲିଫାୟର-୨ରେ ୧୬୭ ରନ୍ର ଓପ୍ନିଂ ଭାଗିଦାରୀ କରି ରାଜସ୍ଥାନକୁ ହରାଇଥିଲେ। ସୁଦର୍ଶନ ରେକର୍ଡ କ୍ରମାଗତ ୬ଟି ଓ ମୋଟ ୮ଟି ଅର୍ଦ୍ଧଶତକ, ସହ ଏକ ଶତକ ମାରିଛନ୍ତି।




