
ଭୁବନେଶ୍ୱର ,ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଜଣା ଯାଇଛି ଯେ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଆନୁଷ୍ଠାନିକ ଭାବେ ଘୋଷଣା କରିବାକୁ ଚାହୁଁଛି ଯେ, ଋଷଭ ପନ୍ତ ଫ୍ରାଞ୍ଚାଇଜ୍ ନିକଟରେ ନିଜକୁ ଅଧିନାୟକ ପଦରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ।୨୦୨୬ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ଶୋଚନୀୟ ପ୍ରଦର୍ଶନ ପରେ ଋଷଭ ପନ୍ତ୍ ଅଧିନାୟକ ପଦ ଛାଡ଼ିଛନ୍ତି। ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପନ୍ତ୍ଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଘୋଷଣା କରି ଏକ ପୋଷ୍ଟ ଶେୟାର କରିଛି।ପନ୍ତ୍ ଅଧିନାୟକ ପଦ ଛାଡ଼ିବାକୁ ନେଇ ଲକ୍ଷ୍ନୌ ଦଳର ନିର୍ଦେଶକ ଟମ୍ ମୁଡ଼ି କହିଛନ୍ତି ଯେ, ଋଷଭ ଅଧିନାୟକ ପଦ ଛାଡ଼ିବା ନେଇ ଫ୍ରାଞ୍ଚାଇଜ ସହିତ ଯୋଗାଯୋଗ କରିଥିଲେ।ପନ୍ତ ଏବେ ଅଧିନାୟକ ପଦ ଛାଡ଼ିଥିବାବେଳେ କେବଳ ଜଣେ ଖେଳାଳି ଭାବେ ଦଳରେ ରହିବେ।




