ଓଡ଼ିଶାଶିକ୍ଷା

ଓଡ଼ିଆରେ ପଢ଼ା ହେବ +୨ ବିଜ୍ଞାନ

ଭୁବନେଶ୍ୱର , ଓଡ଼ିଆରେ +୨ ବିଜ୍ଞାନ ଶିକ୍ଷାକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ନାମଲେଖା ଫର୍ମପୂରଣ ବେଳେ ଛାତ୍ରଛାତ୍ରୀ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ, ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ, ସଚିବ ଡ. ସୁବ୍ରତ ପୃଷ୍ଟି ପରାମର୍ଶ ଦେଇଛନ୍ତି।ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ, ଯୋଗାଇ ଦିଆଯାଇଛି। ଏଥିସହ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ, ହୋଇଯାଇଛି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷକ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ଜିଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର, ଉପାଦେୟତା ଓ ଆବଶ୍ୟକତା ସମ୍ପର୍କରେ ତଥ୍ୟ ଓ ତତ୍ତ୍ୱ ଉପସ୍ଥାପନ କରିଥିଲେ। ଶିକ୍ଷାବିତ୍ ତଥା ସଂସ୍ଥାର ଗବେଷଣା ବିଭାଗ ସଂଯୋଜକ ନୀରଦ ବରଣ ଖୁଣ୍ଟିଆ କହିଥିଲେ, ଦଶମ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ, ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାରା ରାଜ୍ୟରେ ଓଡ଼ିଆ ସାଥୀମାନେ କାର୍ଯ୍ୟ କରୁଛନ୍ତି। ଓଡ଼ିଆରେ ନିଟ୍ ଓ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ଆସୁଥିବାରୁ, ଓଡ଼ିଆରେ ବିଜ୍ଞାନ ପଢୁଥିବା ପିଲା ସହଜରେ, ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ।

Related Articles

Back to top button