Uncategorized
ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ


ଭୁବନେଶ୍ବର : ମହାଭାରତ ଦେଖିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଲନ୍ଥରା ଥାନା ମାର୍କଣ୍ଡି ଗାଁରେ ମହାଭାରତ ଦେଖିବା ସମୟରେ ରଣକ୍ଷେତ୍ର ପାଲଟିଥିଲା । ଏପରିକି ପଥର ମାଡ ସହ ଠେଙ୍ଗାରେ ମଧ୍ୟ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଏହି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଗୁରୁତର ୧୦ ଜଣକୁ ଚିକିତ୍ସା ପାଇଁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଠାକୁରାଣୀ ଯାତ୍ରା ପାଇଁ ମହାଭାରତ ପ୍ରଦର୍ଶନ ହେଉଥିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ସ୍ଥାନଟି ରଣକ୍ଷେତ୍ର ପାଲଟିଥିଲା ।




