ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା
ଐତିହ୍ୟ ଓ ସ୍ଥାପତ୍ୟ ସଂରକ୍ଷଣ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁଯୋଗ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଆଇଆଇଟି ଖଡ଼ଗପୁରରେ ଐତିହ୍ୟ ଓ ସ୍ଥାପତ୍ୟ ସଂରକ୍ଷଣ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ । ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ଦିଆଯିବ । ଏନେଇ ସରକାରୀ ସ୍ତରରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।ଓଡି଼ଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଏସପିଏ ଭୋପାଳ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା ଅବସରରେ ଏପରି ଘୋଷଣା କରାଯାଇଛି । ଏଥି ସହିତ ଉନ୍ମୋଚିତ କରାଯାଇଛି ପ୍ରତ୍ନତତ୍ତ୍ୱ ବିଭାଗର ଲୋଗୋ ।




